Muktikami Mohini Mohana by Manindra Kumar Meher, Paperback, 9781645606666 | Buy online at Moby the Great

Muktikami Mohini Mohana

Author: Manindra Kumar Meher  

New
Check delivery options

PRODUCT INFORMATION

Description

ଫକୀରମୋହନ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟରତ ଥିବାବେଳେ ଲକ୍ଷ୍ୟକଲି ଯେ, ଆମ ପାଠ୍ୟକ୍ରମରେ ମୋହିନୀମୋହନ ସେନାପତିଙ୍କ ବିଷୟରେ କୌଣସି ଉଲ୍ଲେଖ ସୁଦ୍ଧା ନାହିଁ । ଗୋଟିଏ ପଟରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ପ୍ରପୌତ୍ର ଭାବରେ ଓ ଅନ୍ୟଦିଗରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ମଧ୍ୟ ପ୍ରପୌତ୍ର ମନେକରି କର୍ତ୍ତବ୍ୟ ନିର୍ବାହ କରୁଥିବା ସମୟରେ ଉପରେ ଉଲ୍ଲିଖିତ ବିଷୟଟି ମୋତେ ବ୍ୟଥିତ କରିଥିଲା । ଅର୍ଥାତ୍ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ପାଠ୍ୟ ଖସଡ଼ାରେ ମୋହିନୀମୋହନଙ୍କ ସ୍ଥାନ ନରହିବା ହେତୁ ମୋତେ ହିଁ ନେବାକୁ ପଡ଼ିଥିଲା ଏକ ଚୂଡ଼ାନ୍ତ ନିଷ୍ପତ୍ତି । ମୋହିନୀମୋହନଙ୍କ ଦ୍ୱାରା ରଚିତ 'ଜୀବଜନ୍ତୁଙ୍କ ଅଧିକାର' ପ୍ରବନ୍ଧର ସାମ୍ପ୍ରତିକ ଆହ୍ୱାନ ଓ ଆବେଦନ ହୃଦୟକୁ ମୋର ବହୁ ଭାବରେ ଅନୁପ୍ରାଣିତ କରିଦେଲା । ଚିନ୍ତାକଲି ଏହି ପ୍ରବନ୍ଧଟି ହିଁ ସ୍ଥାନ ପାଇବା ଏକାନ୍ତ ଆବଶ୍ୟକ ଓଡ଼ିଆ ସାହିତ୍ୟ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ନିମିତ୍ତ । ପ୍ରବନ୍ଧଟି କୋର୍ସ ଅନ୍ତର୍ଗତ ହେବାରୁ ଛାତ୍ରଛାତ୍ରୀମାନେ କେତେ ଅହ୍ଲାଦ ଓ ଗୌରବ ଅନୁଭବ କରିଛନ୍ତି, ତାହା ସ୍ୱଚକ୍ଷୁରେ ଦେଖିଛି । ସେହିପରି ପିଏଚ୍].ଡି. କୋର୍ସ ୱାର୍କ କରୁଥିବା ଜଣେ ଛାତ୍ରୀଙ୍କୁ ମୋହିନୀ ମୋହନଙ୍କ ସମ୍ପର୍କରେ ଗବେଷଣା କରିବା ପାଇଁ ଏଇଠି ପରାମର୍ଶ ଦେଇଥିଲି ଓ ସେ ମଧ୍ୟ ଏହାକୁ ମୋ ଉପରେ ସମ୍ପୂର୍ଣ୍ଣ ଆସ୍ଥାଶୀଳତା ପ୍ରକଟ କରି ଗ୍ରହଣ କରିଥିବା ଆଉ ଏକ ଆନନ୍ଦମୟ ଅଧ୍ୟାୟ । ଏସବୁ ବିଭିନ୍ନ ପ୍ରକାରର ଅନୁଭୂତି ମୋତେ ଏକ ଶକ୍ତିଶାଳୀ ଅନ୍ତଃପ୍ରେରଣା ପ୍ରଦାନ କରିଥିଲା ମୋହିନୀମୋହନଙ୍କ ସମ୍ପର୍କରେ ଏପରି ଏକ ପୁସ୍ତକର ପରିକଳ୍ପନା, ପରିଯୋଜନା ଓ ପରିପ୍ରକାଶ କରିବାପାଇଁ । ପୁସ୍ତକଟିକୁ ଲେଖିବାବେଳେ ଅନ୍ୟମାନେ ମୋହିନୀ ମୋହନଙ୍କୁ କେଉଁ ଦୃଷ୍ଟିରୁ ବିଚାର କରିଛନ୍ତି ତାହା ତନ୍ନ ତନ୍ନ କରି ମୁଁ ଆଦୌ ଅଧ୍ୟୟନ କରିନାହିଁ ।

Read more

About the Author

ପ୍ରଫେସର ମଣୀନ୍ଦ୍ର କୁମାର ମେହେର ଓଡ଼ିଆ ସାରସ୍ୱତ ଜଗତର ଏକ ବିନମ୍ର ବରଦାନ । ଗଳ୍ପ, ପ୍ରବନ୍ଧ ସାହିତ୍ୟ, ସମାଲୋଚନା, ରମ୍ୟରଚନା ଓ ଜୀବନୀ ସୃଷ୍ଟି କ୍ଷେତ୍ରରେ ସେ ଯେଉଁ ନିଷ୍ଠା ଓ ନୈତିକ ସୌନ୍ଦର୍ଯ୍ୟ ପ୍ରକଟ କରିଛନ୍ତି ତାହା ଏକାନ୍ତ ହୃଦୟସ୍ପର୍ଶୀ । ଗଙ୍ଗାଧରଙ୍କ ବିରଳ ସ୍ମୃତିସାମଗ୍ରୀ ସଂରକ୍ଷଣ, ସ୍ନେହସ୍ନିଗ୍ଧ ଶିକ୍ଷାଦାନ, ସାହିତ୍ୟିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ପ୍ରତିଷ୍ଠାନ ପରିଚାଳନାରେ ସେ ପ୍ରଦର୍ଶନ କରିପାରିଛନ୍ତି ଦିବ୍ୟଆଶିଷ ।ବରପାଲି ମହାବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ ଓ ଶେଷରେ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରି ତଥା ଅନ୍ୟ ବିଶ୍ୱବିଦ୍ୟାଳୟରେ ନିଜସ୍ୱ ମୌଳିକ ଅନୁଭବ ଓ ଅନୁଶୀଳନକୁ ଉନ୍ମୁକ୍ତ କରି ସମଗ୍ର ଓଡ଼ିଶାର ବୃହତ୍ତର ଛାତ୍ରସମାଜ ପାଇଁ ସେ ଅତୁଳନୀୟ ଅନୁପ୍ରେରଣାର ପ୍ରତୀକ ଭାବରେ ଜାଜ୍ଜ୍ୱଲ୍ୟମାନ । ସମ୍ପ୍ରତି ସେ ଉତ୍କଳ ବିଶ୍ୱବିଦ୍ୟାଳୟର ସମ୍ମାନଜନକ ଭିଜିଟିଂ ପ୍ରଫେସର ଭାବରେ ଅବସ୍ଥାପିତ ।

Read more

Product Details

Publisher
Black Eagle Books
Published
11th March 2025
Format
Paperback
Pages
122
ISBN
9781645606666

Returns

This item is eligible for simple returns within 30 days of delivery. Return shipping is the responsibility of the customer. See our returns policy for further details.

New
Check delivery options